କୌଶଳକୁ ସମ୍ମାନ
ଟେକ୍ନିସିଆନ, ମେକାନିକ ଓ ଗ୍ୟାରେଜ ମାଲିକମାନଙ୍କ ପାଇଁ ଉନ୍ନତ ଜୀବିକା ସୁନିଶ୍ଚିତ କରିବାକୁ ସରଞ୍ଜାମ ଆବଶ୍ୟକ ସୁବିଧା ଏବଂ ଯୋଗ୍ୟ ପ୍ରଶିକ୍ଷକଙ୍କ ସହିତ କୌଶଳ ରଥ ନାମକ ଏକ ଭ୍ରାମ୍ୟମାଣ ଯାନ ଭାରତର ବିଭିନ୍ନ ସ୍ଥାନକୁ ଯାଇ ଟ୍ରେନିଂ ପ୍ରଦାନ କରିବା ସହ ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ (NSDC) ଦ୍ଵାରା ସ୍କିଲକୁ ସମ୍ମାନ ପଦକ୍ଷେପ ଅନ୍ତର୍ଗତ ଉଦ୍ୟୋଗ, ଡିଜିଟାଲ ସାକ୍ଷରତା, ନିରାପତ୍ତା ଏବଂ ବ୍ୟାବହାରିକତାର ପ୍ରଶିକ୍ଷଣ ଓ ପ୍ରମାଣପତ୍ର ଦେବ ।
- ଅପହଞ୍ଚ ସ୍ଥାନରେ କୌଶଳ ପ୍ରଶିକ୍ଷଣର ସୁବିଧା |
- ଆବଶ୍ୟକ ହେଉଥିବା ଦକ୍ଷତା ପ୍ରଶିକ୍ଷାର୍ଥୀଙ୍କ ପାଖରେ ପହଞ୍ଚାଇବ ଓ ଆଧୁନିକ ଯନ୍ତ୍ରପାତି ବିଷୟରେ ଅବଗତ କରାଇବ। |
- ଘରୋଇ ତଥା ବ୍ୟାବସାୟିକ କ୍ଷେତ୍ରରେ ଯାନବାହନ ଗୁଡିକର ମରାମତି ପାଇଁ ପ୍ରଶିକ୍ଷଣ ଦେବ। |
- ମେକାନିକମାନଙ୍କୁ କମ ସମୟରେ ବିନା କୌଣସି ଖର୍ଚ୍ଚରେ ଆବଶ୍ୟକ ଟ୍ରେନିଙ୍ଗ ଯୋଗାଇବ। |
- ଆଗାମୀ ଦିନରେ ଏହି ପ୍ରଶିକ୍ଷଣ ଚାକିରିର ବିଭିନ୍ନ ସୁଯୋଗ ସୃଷ୍ଟି କରିଵ।
- ନୂତନ ଜ୍ଞାନ କୌଶଳ ବିଷୟରେ ମେକାନିକମାନଙ୍କୁ କୌଶଳରଥ ଅବଗତ କରାଇବ।.
ଲାଭଦାୟକ ପଥରେ ଆଗେଇ ଚାଲନ୍ତୁ |
କୌଶଳ ରଥ ମାଧ୍ୟମରେ ବିଶ୍ଵର ବିଭିନ୍ନ କୌଶଳ ଶିଖିବା ସହଜ ହେଵ, ଯାହା ଆଗାମୀ ଦିନରେ ଚାକିରିର ଅନେକ ସୁଯୋଗ ସୃଷ୍ଟି କରିବ। ଯୁବଗୋଷ୍ଠୀଙ୍କୁ ଏକ ଉଜ୍ଜ୍ବଳମୟ ଭବିଷ୍ୟତ ସୃଷ୍ଟି କରିବାରେ ସହାୟକ ହେଵ।
- ତାଲିମର କିଛି ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ
- ତାଲିମ ନେଇଥିବା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଏକ ସାର୍ଟିଫିକେଟ ପ୍ରଦାନ କରାଯିବ। |
- ଦକ୍ଷତା ତାଲିମ ପରେ ତାଙ୍କୁ ରୋଜଗାରର ନୂତନ ପନ୍ଥା ମିଳିବ ଓ ଭଲ କମ୍ପାନୀରେ କାମ କରିବାର ସୁଯୋଗ ମିଳିବ। |
- ଦୁର୍ଘଟଣାଜନିତ ବୀମା ପ୍ରଦାନ କରାଯିବ। |
- ନିଜ ଆତ୍ମବିଶ୍ଵାସ ବଢାଇବାରେ ସହାୟକ ହେଵ। |
- ନିଜର ଉତ୍ପାଦକତା ବୃଦ୍ଧି କରିବାରେ ଏହି ତାଲିମ କାର୍ଯ୍ୟକ୍ରମ ସହଯୋଗ କରିବ। |
ଓଡିଶାର ଵିଭିନ୍ନ ପ୍ରାନ୍ତରେ କୌଶଳ ରଥକୁ ପହଞ୍ଚାଇବାର ଯୋଜନା |
ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ନୂତନ ଯୁବଗୋଷ୍ଠୀ ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ। ବିଶ୍ଵ ଦକ୍ଷତା ସହ ଭାରତର ଦକ୍ଷତାକୁ ମେଳ ଖୁଆଇଵା ଆମର ଯୋଜନା। ଏହାକୁ ହାସଲ କରିବାପାଇଁ କୌଶଳ ରଥ ମାଧ୍ୟମରେ ଓଡିଶାର ୫ରୁ ଅଧିକ ଜିଲ୍ଲା ଓ ସହରରେ, ୩୦୦୦ ମେକାନିକ ଓ ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷିତ କରାଯିବ। |
For more details,contact us at poonam@asdc.org.in
Automotive Skills Development Council E-113, Okhla Industrial Estate Phase-3 New Delhi-110020
Contact : +91 11 42599800




